Categories: ଜାତୀୟ

ଦିଲ୍ଲୀରେ ଭୂକମ୍ପ: ୟୁପି, ପଞ୍ଜାବରେ ଝଟକା

ନୂଆଦିଲ୍ଲୀ,୨୯ା୫-ଦିଲ୍ଲୀରେ ଶୁକ୍ରବାର ରାତିରେ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୬ ଥିବାବେଳେ କେନ୍ଦ୍ରସ୍ଥଳ ଦିଲ୍ଲୀଠାରୁ ୬୫ କିଲୋମିଟର ଦୂର ହରିୟାଣାର ରୋହତକ ନିକଟରେ ବୋଲି ଭାରତର ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାତି ୯ଟା ୮ ମିନିଟରେ ଭୂକମ୍ପ ହେବା ସହ ଏହାର ଝଟକା ଗୁରୁଗାଓଁ , ନଏଡା, ଉତ୍ତରପ୍ରଦେଶ ଓ ପଞ୍ଜାବରେ ମଧ୍ୟ ଅନୁଭୂତ ହୋଇଥିଲା। ଭୟରେ ଲୋକମାନେ ଘରୁ ବାହାରିଆସିଥିଲେ। ୭ରୁ ୮ ସେକେଣ୍ଡ ପର୍ଯ୍ୟନ୍ତ କମ୍ପନ ହୋଇଥିଲା ବୋଲି ଗୁରୁଗାଓଁର ଜଣେ ବ୍ୟକ୍ତି କହିଛନ୍ତି। ଚଳିତ ମାସରେ ଏହା ଦିଲ୍ଲୀରେ ତୃତୀୟ ଭୂକମ୍ପ।

Share