ଦିଲ୍ଲୀରେ ସରକାର ଗଢିବ ଭାଜପା: ମନୋଜ ତିଓ୍ବାରୀ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ଏବେ ଏହାର ଫଳାଫଳକୁ ନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି। ଦିଲ୍ଲୀର ଭାରତୀୟ ଜନତା ପାର୍ଟି(ଭାଜପା) ମୁଖ୍ୟ ମନୋଜ ତିଓ୍ବାରୀ କହିଛନ୍ତି, ଦିଲ୍ଲୀରେ ଏଥର ଭାଜପା ଶାସନ କରିବ। ଏହା ତାଙ୍କ ଷଷ୍ଠ ଇନ୍ଦ୍ରୀୟ କହୁଛି ବୋଲି ସେ କହିଛନ୍ତି। ମୋଟ ୭୦ ବିଧାନସଭା ଆସନରୁ ଭାଜପା ୫୦ରେ ବିଜୟ ଲାଭ କରିବ ବୋଲି ମନୋଜ ଆଶା ବ୍ୟକ୍ତ କରିଛନ୍ତି। ମୋ ଭାଇ ଓ ଦିଲ୍ଲୀବାସୀଙ୍କ ଆଶୀର୍ବାଦ ଭାଜପା ଉପରେ ରହିଛି। ତେଣୁ ଏଥର ଦିଲ୍ଲୀରେ ଭାଜପା ଶାସନ କ୍ଷମତା ହାତେଇବ ବୋଲି ମନୋଜ ମତ ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ମତଦାନ ପୂର୍ବରୁ ଶୁକ୍ରବାର ମନୋଜ ତିଓ୍ବାରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ରାଜଧାନୀରେ ଏଥର ଆମ ଆଦମି ପାର୍ଟି(ଏଏପି) ଓ ଭାଜପା ମଧ୍ୟରେ କଡା ଟକ୍କର ହେଉଛି ବୋଲି କୁହାଯାଉଛି।

Share