Categories: ଜାତୀୟ

ଦିଲ୍ଲୀରେ ହାଇଆଲର୍ଟ

ନୂଆଦିଲ୍ଲୀ,୩୦ା୧୦: ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ସୁରକ୍ଷା ସଂସ୍ଥା ପକ୍ଷରୁ ସତର୍କ କରାଯିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅକ୍ଟୋବର ୩୧ରେ ଜମ୍ମୁ-କଶ୍ମୀର ଓ ଲଦାଖ ପୃଥକ ହେବା ସହ ଅଲଗା ଭାବେ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇବେ। ଏହି ସମୟରେ ଆତଙ୍କବାଦୀମାନେ ଏହାର ପ୍ରତିବାଦରେ କିଛି ଅଘଟଣ ଘଟାଇବାର ଆଶଙ୍କା ରହିଛି। ତେଣୁ ରାଜଧାନୀରେ ୪୮ ଘଣ୍ଟା ଲାଗି ହାଇଆଲର୍ଟ ଜାରି କରାଯାଇଛି। ଜନଗହଳିପୂର୍ଣ୍ଣ ଅଞ୍ଚଳ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକରେ ସୁରକ୍ଷା ବଢାଇ ଦିଆଯାଇଛି। ଏନେଇ ଗତ ୨୮ରେ ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା।

Share