Categories: ଜାତୀୟ

ଦିଲ୍ଲୀରେ ହାଇଡ୍ରାମା: ଆତ୍ମହତ୍ୟା ପାଇଁ ବିଲ୍ଡିଂ ଉପରେ ଚଢିଲେ ଓକିଲ

ନୂଆଦିଲ୍ଲୀ,୬।୧୧: ମଙ୍ଗଳବାର ଦୀର୍ଘ ୧୧ ଘଣ୍ଟା ନ୍ୟାୟ ଦାବି କରି ଆନ୍ଦୋଳନରତ ହଜାର ହଜାର ବିକ୍ଷୋଭକାରୀ ପୋଲିସ ଏବଂ ସେମାନଙ୍କ ପରିବାର ଲୋକେ ଆନ୍ଦୋଳନ ପ୍ରତ୍ୟାହାର କରିବା ପରେ ବୁଧବାର ଓକିଲଙ୍କ ପକ୍ଷରୁ ନ୍ୟାୟ ଦାବି କରାଯାଇଛି। ଦିଲ୍ଲୀ ୫ ଜିଲା ଅଦାଲତରେ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ରୋହିଣୀ କୋର୍ଟରେ ଜଣେ ଓକିଲ ଆତ୍ମହତ୍ୟା ପାଇଁ ବିଲ୍ଡିଂ ଉପରେ ଚଢିଯାଇନ୍ତି। ପଟିଆଲା ହାଉସ୍‌ କୋର୍ଟ, ସାକତେ କୋର୍ଟ, ରୋହିଣୀ କୋର୍ଟ, କଡକଡଡୁମା କୋର୍ଟ ଏବଂ ତିସ୍‌ ହଜାରୀ କୋର୍ଟ ଅkାଗରେ ଓକିଲମାନେ ଆନ୍ଦୋଳନ କରୁଛନ୍ତି। ସୂଚନାଯୋଗ୍ୟ, ତିସ ହଜାରୀ କୋର୍ଟଠାରେ ଓକିଲ ଏବଂ ପୋଲିସ ମଧ୍ୟରେ ତୁମୁଳ କାଣ୍ଡ ଘଟିଥିଲା। ୨୦ ଜଣ ପୋଲିସ ଏବଂ ସଂଖ୍ୟାଧିକ ଓକିଲ ଆହତ ହୋଇଥିଲେ। ଏହାପରେ ଓକିଲ ଏବଂ ପୋଲିସ ମଧ୍ୟରେ ମାମଲା ସମାଧାନ ହେବାର ନାଁ ନେଉନି।

Share