Categories: ଜାତୀୟ

ଦିଲ୍ଲୀରେ ହେବ ତ୍ରିମୁଖୀ ଲଢ଼େଇ

ନୂଆଦିଲ୍ଲୀ,୧୫ା୧(ପି.ଟି.): ମଙ୍ଗଳବାରଠାରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏନେଇ ନୋଟିସ ଜାରି କରାଯାଇଛି। ଫେବୃୟାରୀ ୮ରେ ଏଠାରେ ଭୋଟଗ୍ରହଣ କରାଯିବ। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଲାଗି ତ୍ରିମୁଖୀ ଲଢ଼େଇ ହେବାର ସମ୍ଭାବନା ରହିଛି। ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଜାରି ରହିଛି। ଏଏପିର ପଲ୍ଲା ଭାରି ରହିଥିଲେ ହେଁ ଭାଜପା ଓ କଂଗ୍ରେସ ପୂରା ଦମ୍‌ରେ ଲାଗିପଡ଼ିଛନ୍ତି। ଦିଲ୍ଲୀର ପ୍ରାୟ ଦେଢ଼କୋଟି ଭୋଟର ଏଥର ରାଜନେତାଙ୍କ ଭାଗ୍ୟ ପରୀକ୍ଷା କରିବେ। ଗତଥର ଏଏପି ୬୭ ଆସନ ଜିତି ରେକର୍ଡ କରିଥିଲା। ଭାଜପାକୁ ୩ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ମଙ୍ଗଳବାର ପ୍ରଥମ ଦଳ ଭାବେ ଏଏପି ୭୦ ପ୍ରାର୍ଥୀଙ୍କ ନାମତାଲିକା ଘୋଷଣା କରିଛି। ଏଥିରେ ୪୬ ଜଣ ବିଧାୟକଙ୍କୁ ଟିକେଟ ଦିଆଯାଇଥିବାବେଳେ ୨୪ ନୂଆ ମୁହଁ ଅଛନ୍ତି। ଜାନୁୟାରୀ ୨୧ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରଖାଯାଇଥିବାବେlଳେ ୨୪ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ। ଫେବୃୟାରୀ ୧୧ରେ ଭୋଟଗଣତି କରାଯିବ।

Share