![](https://www.dharitri.com/wp-content/uploads/2019/08/Yedurappa.jpg)
ନୂଆଦିଲ୍ଲୀ,୬।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ମଙ୍ଗଳବାର ୟେଦୁରପ୍ପା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରିଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ କର୍ନାଟକର ଜାତୀୟ ରାଜପଥ ପ୍ରୋଜେକ୍ଟ ବିଷୟରେ ଗଡକରିଙ୍କ ସହ କଥା ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ସେ ତାଙ୍କ କ୍ୟାବିନେଟ ସମ୍ପ୍ରସାରଣ କରିବା ପୂର୍ବରୁ ଭାଜପା ଅଧ୍ୟକ୍ଷ ଅମିତ ଶାହ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ୍ କରିଥିଲେ। ମେଣ୍ଟ ସରକାରଙ୍କୁ ହରାଇ ଶାସନ କ୍ଷମତା ହାତକୁ ନେଇଥିବା ୟେଦୁରପ୍ପା ଜନତାଙ୍କୁ ଦେଇଥିବା କଥା ପୂରଣ କରିବାକୁ ଲାଗିଥିବା ତାଙ୍କ କର୍ମୀମାନେ ପ୍ରକାଶ କରିଛନ୍ତି।