Categories: ଜାତୀୟ

ଦିଲ୍ଲୀରେ ୬୨.୫୯ ପ୍ରତିଶତ ମତଦାନ, ରାତି ପର୍ଯ୍ୟନ୍ତ ଭୋଟିଂ ଚାଲିଥିବାରୁ ଘୋଷଣାରେ ବିଳମ୍ବ: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୯।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଗୋଟିଏ ଦିନ ପରେ ନିର୍ବାଚନ ଆୟୋଗ ଭୋଟ ପ୍ରତିଶତ ଘୋଷଣା କରିଛନ୍ତି। ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ରଣବୀର ସିଂ କହିଛନ୍ତି, ଚଳିତ ନିର୍ବାଚନରେ ୬୨.୫୯ ପ୍ରତିଶତ ମତଦାନ ହୋଇଛି। ୨୦୧୫ର ମତଦାନ ହାରଠାରୁ ଏହା ୫ ପ୍ରତିଶତ କମ୍‌। ଗତ ନିର୍ବାଚନରେ ୬୭.୪୭ ପ୍ରତିଶତ ମତଦାନ ହୋଇଥିଲା। ତେବେ ଭୋଟ ପ୍ରତିଶତ ଘୋଷଣାରେ ବିଳମ୍ବ ହେବା ନେଇ ସେ କହିଛନ୍ତି, ରାତି ପର୍ଯ୍ୟନ୍ତ ଭୋଟିଂ ପ୍ରକ୍ରିୟା ଜାରି ରହିଥିବାରୁ ଘୋଷଣାରେ ବିଳମ୍ବ ହୋଇଛି। ସୂଚନାଯୋଗ୍ୟ, ନିର୍ବାଚନ ଶେଷ ହେବାର ୧୭ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ଚୂଡାନ୍ତ ଭୋଟିଂ ପ୍ରତିଶତ ଘୋଷଣା କରିନ ଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ। ସେ ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।

Share