Categories: ଜାତୀୟ

ଦିଲ୍ଲୀର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ଶାହା ଦିଅନ୍ତୁ ଇସ୍ତଫା କହିଲେ ସୋନିଆ

ନୂଆଦିଲ୍ଲୀ,୨୬।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦିଲ୍ଲୀରେ ହିଂସାକାଣ୍ଡ ଜାରି ରହିଛି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରାଯାଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଜର ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆୟୋଜିତ ଏକ ସଭାରେ ଦାବି କରିଛନ୍ତି। ହିଂସାକାଣ୍ଡରେ ଗୋଟିଏ ପରେ ଗୋଟିଏ ଜୀବନ ଯାଉଥିବାବେଳେ ପୋଲିସ କେବଳ ନୀରବ ଦର୍ଶକ ସାଜିଥିବା ସୋନିଆ କହିଛନ୍ତି। ଦିଲ୍ଲୀର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ସାଧାରଣ ଲୋକଙ୍କ ମଧ୍ୟରେ ଏନେଇ ଆତଙ୍କ ଦେଖା ଦେଇଛି। କେତେକ ଭାଜପା ନେତା ଲୋକଙ୍କ ମଧ୍ୟରେ ହିଂସା ସୃଷ୍ଟିକାରୀ ଭାବନା ଜାଗ୍ରତ କରୁଥିବା ସୋନିଆ ଅଭିଯୋଗ କରିଛନ୍ତି।

Share