Categories: ଜାତୀୟ

ଦିଲ୍ଲୀର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଟକ

ନୂଆଦିଲ୍ଲୀ,୧୭।୫: ରାଜଧାନୀ ଦିଲ୍ଲୀର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅନିଲ ଚୌଧୁରୀଙ୍କୁ ରବିବାର ପୋଲିସ ଅଟକ ରଖିଛି। ପୋଲିସର ସୂଚନା ଅନୁଯାୟୀ, ଅନିଲ ଦିଲ୍ଲୀରୁ ଶ୍ରମିକଙ୍କୁ ନିଜ ଗାଡିରେ ନେଇ ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାରେ ଥିବା ଗାଜିପୁରରେ ଶନିବାର ଓ ରବିବାର ପହଞ୍ଚାଇଥିଲେ। ଏହି ସମୟରେ ସେ ପୋଲିସର ନିୟମକୁ ମଧ୍ୟ ବେଖାତିର କରିଥିଲେ। ଏହାପରେ ଗାଜିପୁରରେ ଶ୍ରମିକଙ୍କର ଭିଡ ହେବା ସହ ସୋସିଆଲ ଡିଷ୍ଟାନସିଂର ଖୋଲାଖୋଲି ଉଲ୍ଲଂଘନ କରାଯାଇଥିଲା ବୋଲି ପୋଲିସ କହିଛି। ଏହି ଅଭିଯୋଗରେ ଏବେ ପୋଲିସ ଅନିଲଙ୍କୁ ଅଟକ ରଖିଥିବା କହିଛି।

Share