Categories: ଜାତୀୟ

ଦିଲ୍ଲୀର ବ୍ୟାଟେରୀ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ: ଫସିଛନ୍ତି ବହୁ ଲୋକ

ନୂଆଦିଲ୍ଲୀ,୨।୧: ଦିଲ୍ଲୀର ପିରାଗାହୀ ଅଞ୍ଚଳରେ ଥିବା ଏକ ବ୍ୟାଟେରୀ ଫ୍ୟାକ୍ଟ୍ରିରେ ଗୁରୁବାର ସକାଳୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ନିଆଁ ଯୋଗୁ ଫ୍ୟାକ୍ଟ୍ରିରେ ଥିବା ବ୍ୟାଟେରୀ ବିସ୍ଫୋରଣରେ ଏକ ବଡ ବିଲ୍ଡିଂ ଭୁଶୁଡି ଯାଇଛି। ଘଟଣାସ୍ଥଳରେ ୩୫ ଦମଳବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବ୍ୟାଟେରୀ ଫାଟିବା କାରଣରୁ ଦମକଳବାହିନୀର କିଛି କର୍ମଚାରୀ ମଧ୍ୟ ସେଠାରେ ଫସିଯାଇଥିଲେ। ଫଳରେ ଏନଡିଆରଏଫର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଫ୍ୟାକ୍ଟ୍ରି ମଧ୍ୟରେ ଥିବା ଲୋକଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛି। ସୂଚନାଯୋଗ୍ୟ, ଗୁରୁବାର ଭୋରୁ ନିଆଁ ଲାଗିଥିଲା। ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡିନାହିଁ।

Share