Advertisement

ଦିଲ୍ଲୀର ଶାସନ ଭାଜପା ହାତକୁ ଆସିଲେ ହଟିବ ମସଜିଦ୍‌-ମଦ୍ରାସା ଓ କବରସ୍ତାନର ଅବୈଧ ନିର୍ମାଣ: ସାହିବ ସିଂ

ନୂଆଦିଲ୍ଲୀ,୧୮।୧: ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନାନା ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ହାତେଇବାର ପ୍ରୟାସ କରାଯାଉଛି। ଏପରିସ୍ଥଳେ ଭାଜପା ପକ୍ଷରୁ ଏମ୍‌ପି ସାହିବ ସିଂ ବର୍ମା କହିଛନ୍ତି ଯେ, ଦିଲ୍ଲୀର ଶାସନ ଭାଜପା ହାତକୁ ଆସିଲେ ଏଠାରେ ସରକାରୀ ଜମିରେ ଥିବା ସମସ୍ତ ମସଜିଦ୍‌-ମଦ୍ରାସା ଓ କବରସ୍ତାନର ଅବୈଧ ନିର୍ମାଣକୁ ହଟାଇ ଦିଆଯିବ। ଦିଲ୍ଲୀରେ ୫୪ ମସଜିଦ୍‌ ଓ ମଦ୍ରାସା ସରକାରୀ ଜମିରେ ରହିଛି। ଏସବୁ ନିର୍ମାଣକୁ ଭଙ୍ଗା ଯିବ ବୋଲି ସହିବ ସିଂ କହିଛନ୍ତି। ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share