ନୂଆଦିଲ୍ଲୀ,୮।୧୨: ଦିଲ୍ଲୀର ଝାନ୍ସୀ ରୋଡଠାରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୪୩ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୫୬ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ନିଜ ଜୀବନକୁ ଭୟ ନ କରି ନିଆଁ ଭିତରୁ ୧୧ ଜଣଙ୍କୁ ବଞ୍ଚାଇଛନ୍ତି ଫାୟାର ମ୍ୟାନ୍ ରାଜେଶ ଶୁକ୍ଳା। ଏବେ ସେ ସୋସିଆଲ୍ ମିଡ଼ିଆରେ ହିରୋ ପାଲଟି ଯାଇଛନ୍ତି। ନିଆଁ ଧାସରେ ତାଙ୍କ ଶରୀରର କେତେକ ସ୍ଥାନରେ ଫୋଟକା ହୋଇଛି। ଏବେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି।