ନୂଆଦିଲ୍ଲୀ, ୬।୧୨: ହାଇଦ୍ରାବାଦ ଡାକ୍ତରାଣୀ ଗଣବଳାତ୍କାର ଏବଂ ହତ୍ୟା ମାମଲାର ୪ ଅଭିଯୁକ୍ତ ଶୁକ୍ରବାର ଏନକାଉଣ୍ଟରେ ନିହତ ହୋଇଛନ୍ତି। ଏହି ଘଟଣାରେ ପରେ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଅନେକ ଏହି ଘଟଣାର ଯାଞ୍ଚ୍ ଅପିଲ କରୁଥିବାବେଳେ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଏହି ଘଟଣାରେ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି, ଦିଲ୍ଲୀ-ଉତ୍ତର ପ୍ରଦେଶ ପୋଲିସ ଅପରାଧୀଙ୍କ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ କରାଯିବ ତାହା ହାଇଦ୍ରାବାଦ୍ ପୋଲିସଠାରୁ ଶିଖିବା ଉଚିତ୍। ଏହି ଦୁଇ ରାଜ୍ୟରେ ବଳାତ୍କାର ଅଭିଯୁକ୍ତଙ୍କ ସରକାର ଅତିଥି କରି ରଖିଛନ୍ତି। ଯଦି ହାଇଦ୍ରାବାଦ ପୋଲିସଙ୍କ ଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ ତେବେ ଦେଶରୁ ବଳାତ୍କାର ଘଟଣା ଉପରେ ରୋକ ଲଗାଯାଇ ପାରିବ ବୋଲି ସେ କହିଛନ୍ତି।