ଦିଲ୍ଲୀ-ଏନ୍‌ସିଆରରେ କରୋନା ସ୍ଥିତିକୁ ନେଇ ଶାହାଙ୍କ ବଡ଼ ବୈଠକ

ନୂଆଦିଲ୍ଲୀ,୧୮।୬: ଦେଶରେ କେରାନା ଭାଇରସ୍‌ ମାମଲା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହିକ୍ରମରେ ରାଜଧାନୀ ଦିଲ୍ଲୀ ମଧ୍ୟ ପଛରେ ପଡ଼ିନାହିଁ। ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି। କରୋନା ମୁକାବିଲା ନେଇ ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏନ୍‌ସିଆର ଅଞ୍ଚଳର ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସାମିଲ ହୋଇଛନ୍ତି। ସେହିପରି ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଦିଲ୍ଲୀ, ନଏଡା, ଗାଜିଆବାଦ, ଗୁଡଗାଅଁ ଓ ଫରିଦାବଦ ସମେତ ଆଖପାଖ ଅନ୍ୟ ଜିଲାର ଜିଲାପାଳ ଓ ଡେପୁଟି କମିଶନରଙ୍କ ସହ ଶାହା ଆଲୋଚନା କରିବେ। ଅପରପକ୍ଷେ ଏହି ବୈଠକରେ ବିଭାଗୀୟ ସ୍ତରର ଅଧିକାରୀ ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିବା ଜଣାପଡ଼ିଛି।

Share