Categories: ଜାତୀୟ

ଦିଲ୍ଲୀ-ଏନ୍‌ସିଆରର କେତେକ ଅଞ୍ଚଳରେ ପ୍ରବଳ ବର୍ଷା: ଅପରାହ୍ନ ୪ଟାରେ ସୃଷ୍ଟି ହେଲା ରାତିର ଭ୍ରମ

ନୂଆଦିଲ୍ଲୀ,୬।୩: ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଶୁକ୍ରବାର ପ୍ରବଳ ବର୍ଷା ହୋଇଛି। ଏଭଳି ବର୍ଷା ହୋଇଥିଲା ଯେ ଅପରାହ୍ନ ୪ଟାରେ ରାତିର ଭ୍ରମ ସୃଷ୍ଟି ହୋଇଥିଲା। ବର୍ଷା ଯୋଗୁ ଦିଲ୍ଲୀ-ଏନ୍‌ସିଆରର କେତେକ ଅଞ୍ଚଳରେ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ କେତେକ ସ୍ଥାନରେ ଟ୍ରାଫିକ୍‌ ଜାମ୍‌ ସମସ୍ୟା ଦେଖାଦେଇଛି। ସୂଚନା ମୁତାବକ ଦିଲ୍ଲୀ- ଏନ୍‌ସିଆରରେ ମାର୍ଚ୍ଚ ୪ରୁ ୬ ମଧ୍ୟରେ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଥିଲା।

Share