Categories: ଜାତୀୟ

ଦିଲ୍ଲୀ କୋର୍ଟଙ୍କୁ ନିର୍ଭୟା ଦୋଷୀଙ୍କ ଫାଶୀ ସମ୍ପର୍କିତ ସମସ୍ତ ତଥ୍ୟ ଦେଲେ ତିହାର ଜେଲ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ,୨୦।୩: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଶୁକ୍ରବାର ଫାଶୀ ଦିଆଯାଇଥିବା ବେଳେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ହେବା ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଦିଲ୍ଲୀର ପଟିଆଲା ହାଉସ କୋର୍ଟଙ୍କୁ ତିହାର ଜେଲ ପକ୍ଷରୁ ପ୍ରଦାନ କରାଯାଇଛି। ଭୋର ୫ଟା ୩୦ରେ ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା।  ଅମ୍ଳଜାନର ଅଭାବ ଯୋଗୁ ଦୋଷୀଙ୍କ ମୃତ୍ୟୁ ହୋଇଥିବା କହିଲେ ଦିନ ଦୟାଲ ହସ୍ପିଟାଲର ଫୋରେନସିକ୍‌ ଏକ୍ସପର୍ଟ ଡା. ବି.ଏନ୍‌ ମିଶ୍ର। ସେହିପରି ବ୍ୟବଚ୍ଛେଦ ରିପୋର୍ଟରେ ସେମାନଙ୍କ ବେକ ହାଡ ଭାଙ୍ଗିଯିବା ଓ ଅମ୍ଳଜାନର ଅଭାବ ଯୋଗୁ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କାମ କରିବା ବନ୍ଦ କରିବାରୁ ଦୋଷୀଙ୍କର ମୃତ୍ୟୁ ହୋଇଛି ବୋଲି ଦର୍ଶାଯାଇଛି।

Share