Categories: ଖେଳ

ଦିଲ୍ଲୀ କ୍ୟାପିଟାଲ୍ସ ସହ ଅଶ୍ୱିନଙ୍କ ଡିଲ ଶେଷ

ନୂଆଦିଲ୍ଲୀ,୬।୧୧- ଗତ ଦୁଇ ସିଜନ ହେଲା କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ନେତୃତ୍ୱ ନେଉଥିବା ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ସହ ଦିଲ୍ଲୀ କ୍ୟାପିଟାଲ୍ସ ଡିଲ ଶେଷ କରି ଦେଇଛି। ଏ ନେଇ ଖୁବ ଶୀଘ୍ର ଘୋଷଣା ହେବ। ନିକଟରେ ପଞ୍ଜାବ ଫ୍ରାଞ୍ଚାଇଜର ସହମାଲିକ ନେସ ଓ୍ବାଡିଆ ଅଶ୍ୱିନଙ୍କ ଟ୍ରାନ୍ସଫରକୁ ଅସ୍ବୀକାର କରିଥିଲେ। କିନ୍ତୁ ଫ୍ରାଞ୍ଚାଇଜର କ୍ରିକେଟ ଅପରେଶନ ମୁଖ୍ୟ ଅନୀଲ କୁମ୍ବଲେ ବରିଷ୍ଠ ଅଫ୍‌ ସ୍ପିନରଙ୍କ ଭାଗ୍ୟକୁ ନେଇ ଅନିଶ୍ଚିତତା ଲାଗି ରହିଥିବା କହିଥିଲେ। ଅଶ୍ୱିନଙ୍କ ନେତୃତ୍ୱରେ ଦଳକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଦଳକୁ ସଫଳତା ମିଳିଥିଲେ ମଧ୍ୟ ଦ୍ୱିତୀୟାର୍ଦ୍ଧରେ ପ୍ରାୟତଃ ମ୍ୟାଚ୍‌ ପରାସ୍ତ ହୋଇଥିଲା। ୨୦୧୮ ସଂସ୍କରଣରେ ଦଳ ୭ମ ସ୍ଥାନରେ ରହିଥିବାବେଳେ ୨୦୧୯ରେ ୬ଷ୍ଠ ସ୍ଥାନ ଅଧିକାର କରିଥିଲା। ଏଭଳି ପରିସ୍ଥିତିରେ ଉଇକେଟକିପର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲଙ୍କୁ ଆସନ୍ତା ସିଜନରେ ଦଳର ନେତୃତ୍ୱ ଭାର ଦିଆଯାଇପାରେ। କାରଣ ଦଳରେ ରାହୁଲ ଏକମାତ୍ର ସିନିୟର ଖେଳାଳି ରହିଛନ୍ତି।

Share