ଦିଲ୍ଲୀ ଗଲେ କୋଶଲ ରାଜ୍ୟ ସମନ୍ବୟ ସମିତି ପ୍ରତିନିଧି

ବରଗଡ଼ ଅଫିସ, ୨୩।୭: ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିନେଇ ମଙ୍ଗଳବାର ସକାଳୁ କୋଶଲ ରାଜ୍ୟ ସମନ୍ବୟ ସମିତିର ଏକ ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ କରିଛନ୍ତି। ସକାଳ ପ୍ରାୟ ୮ଟାରୁ ବାହାରିଥିବା ଏହି ପ୍ରତିନିଧି ଦଳ ରାୟପୁର ଦେଇ ଦିଲ୍ଲୀରେ ପହଞ୍ଚିବେ। ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବି ପ୍ରସଙ୍ଗରେ ବୁଧବାର ବିଭିନ୍ନ ସାମାଜିକ, ରାଜନୈତିକ ସଂଗଠନ, ପ୍ରଶାସନିକ ଅଧିକାରୀ, ରାଜ୍ୟ ଆନ୍ଦୋଳନର ନେତା ପ୍ରମୁଖଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀ ଗସ୍ତ କରିଥିବା ଏହି ପ୍ରତିନିଧି ଦଳରେ କୋଶଲ ରାଜ୍ୟ ସମନ୍ବୟ ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର, ସାଧାରଣ ସମ୍ପାଦକ ସୁନୀଳ ପୁରୋହିତ, ବଲାଙ୍ଗୀର ଜୋନ୍‌ର ବରିଷ୍ଠ ନେତା ଅବ୍‌ଦୁଲ୍‌ ଜମାଲ୍‌ ଖାଁ, ଡୋଲାମଣି ପ୍ରଧାନ, କିଶୋର ସାହୁ ପ୍ରମୁଖ ରହିଛନ୍ତି।

Share