ଦିଲ୍ଲୀ ଗଲେ ନବୀନ, ୧୧ରେ ମୋଦିଙ୍କୁ ଭେଟିବେ

ଭୁବନେଶ୍ୱର,୯।୬(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ବାଜିମାତ କରି ସରକାର ଗଠନ ପରେ ପ୍ରଥମ ଥର ଲାଗି ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଏକ ସପ୍ତାହ ପାଇଁ ଦିଲ୍ଲୀ ଗସ୍ତ କରିଥିବା ଜଣାପଡ଼ିଛି। ଏହି ଗସ୍ତ କାଳରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରମୁଖଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୧୧ରେ ନବୀନ ମୋଦିଙ୍କୁ ଭେଟିବେ। ଏହି ଅବସରରେ ସ୍ବତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ ନେଇ ନବୀନ ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି। ଏହାଛଡ଼ା ଫନୀ କ୍ଷତିପୂରଣ, ଆୟୁଷ୍ମାନ ଭାରତ ଯୋଜନା, ଲୋକ ସଭା ଉପବାଚସ୍ପତି ପ୍ରସଙ୍ଗ ଆଦି ଉପରେ ଆଲୋଚନା ହୋଇପାରେ। ମୋଦିଙ୍କୁ ଭେଟିବା ପରେ ନବୀନ ରାଷ୍ଟ୍ରପତିଙ୍କୁ ମଧ୍ୟ ସାକ୍ଷାତ କରିବା ସହ ୧୫ରେ ହେବାକୁ ଥିବା ନୀତି ଆୟୋଗର ସାକ୍ଷାରଣ ପରିଷଦ ବୈଠକରେ ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ଚାଷୀଙ୍କ ନିଶା ପାଲଟିଛି ଷ୍ଟ୍ରବେରୀ ଫଳାଇବା, ୨୫ ଏକର ଜମିରେ ଜାରି ରଖିଛନ୍ତି…

କୋରାପୁଟ,୨୭ା୧୨(ଅମିତାଭ ବେହେରା): କୋରାପୁଟ ଜିଲାର କୋଟିଆ ପଞ୍ଚାୟତରେ ଜିଲା ପ୍ରଶାସନର କୋରାପୁଟ ଆଇଟିଡିଏର ସହାୟତାରେ ପ୍ରଥମେ ପରୀକ୍ଷାମୂଳକ ଭାବେ ୫ ଏକର ଜମିରେ ବିଦେଶୀ ଫଳ...

ମନମୋହନଙ୍କ ଓଡ଼ିଶା ସହ ଥିଲା ଗଭୀର ସମ୍ପର୍କ:ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୭।୧୨: ଭାରତୀୟ ଇତିହାସ କଡ଼ ମୋଡ଼ୁଥିବାବେଳେ କ୍ୱଚିତ୍‌ ବ୍ୟକ୍ତିବିଶେଷ ଏହାର ସାକ୍ଷୀ ପାଲଟିଥିଲେ। ସେମାନଙ୍କ ମଧ୍ୟରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ଅନ୍ୟତମ। ବିଭାଜନ...

ଗାଡ଼ି ଶୋ’ ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଏକାଧିକ ଗାଡ଼ି

ବ୍ରହ୍ମପୁର,୨୭ା୧୨: ବ୍ରହ୍ମପୁରର ଏକ ଇଲେକ୍ଟ୍ରି ଗାଡ଼ି ଶୋ’ ରୁମ୍‌ରେ ଶୁକ୍ରବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଟାଉନ ଥାନା ରେଡ୍ଡୀ ଗ୍ୟାରେଜ ଛକ ନିକଟ ଶୋ’ ରୁମ୍‌ରେ...

ଅବସର ନେବାକୁ ଆହୁରି ଦୁଇ ବର୍ଷ ବାକିଥିଲା, ମାତ୍ର ଝୁଲିପଡ଼ିଲେ ଏଏସ୍‌ଆଇ

ତେନ୍ତୁଳିଖୁଣ୍ଟି,୨୭ା୧୨(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଏଏସ୍‌ଆଇ ରେଣୁପ୍ରସାଦ ପ୍ରଧାନ ୨୩ ତାରିଖ ସୋମବାରରୁ ନିଖୋଜ ଥିଲେ। ସେ ଥାନାକୁ ଆସୁ ନ ଥିବା...

ପୁଣି ଆସୁଛି ବର୍ଷା, ଚିନ୍ତାରେ ଚାଷୀ

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିବା ପରେ ଗୋଟିଏ ଦିନ ପାଗ ଶୁଖଲା ରହିଥିବାବେଳେ ପୁଣି ବର୍ଷା ଆସୁଛି। ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତା...

ରାଜ୍ୟ ବାହାର ବାଘଙ୍କୁ ସୁହାଉନି ଓଡ଼ିଶା ଜଙ୍ଗଲ

ଭୁବନେଶ୍ୱର, ୨୭ା୧୨(ବନ୍ଦନା ସେଠୀ):ଓଡ଼ିଶା ଜଙ୍ଗଲକୁ ପସନ୍ଦ କରୁନାହାନ୍ତି ରାଜ୍ୟ ବାହାରର ବାଘ। ଶିମିଳିପାଳରେ ବାଘ ସଂଖ୍ୟା ବଢ଼ାଇବା ପାଇଁ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ବାଘୁଣୀ ଜିନ୍ନତ୍‌କୁ...

୫ ଉପକୂଳ ଜିଲାରେ ସୃଷ୍ଟି ହେବ ହେନ୍ତାଳବଣ

ଭୁବନେଶ୍ୱର, ୨୭ା୧୨(ବନ୍ଦନା ସେଠୀ):ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉପକୂଳ ଜିଲା ପାଇଁ ବରଦାନ ସାଜୁଛି ହେନ୍ତାଳବଣ। ତେଣୁ ହେନ୍ତାଳ ବଣର ଗୁରୁତ୍ୱକୁ ଉପଲବ୍ଧି...

ଭିଜିଲାନ୍ସ ଜାଲରେ ଏଏସ୍‌ଆଇ, ଧରିବା ପୂର୍ବରୁ ଥାନାରୁ ମାରିଲେ ଚମ୍ପଟ

ଭବାନୀପାଟଣା,୨୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ ଗୁରୁବାର ରାତିରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଗୋଇରାପଦର ପ୍ରଭା ପୂଝାରୀଙ୍କ ଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri