ଦିଲ୍ଲୀ ଗଲେ ଭୁଞ୍ଜିଆ ଦମ୍ପତି

ନୂଆପଡ଼ା ଅଫିସ,୨୩ା୧: ଦିଲ୍ଲୀରେ ହେବାକୁ ଥିବା ଜାତୀୟ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ନୂଆପଡ଼ା ଜିଲାର ଆଦିବାସୀ ଦମ୍ପତି ଭୁଜବଳ ମାଝି ଓ ସ୍ତ୍ରୀ କୁଞ୍ଜବାଇ ମାଝି। ରାଷ୍ଟ୍ରପତି ଭବନରୁ ଏ ନେଇ ନିମନ୍ତ୍ରଣ ପାଇବା ପରେ ଶନିବାର ଅପରାହ୍ନରେ ଏହି ଦମ୍ପତି ରାୟପୁରରୁ ବିମାନ ଯୋଗେ ଦିଲ୍ଲୀ ଯାତ୍ରା କରିଛନ୍ତି। ଆସନ୍ତା ସାଧାରଣତନ୍ତ୍ର ଦିବସରେ ରାଜପଥରେ ରାଜ ଅତିଥି ଭାବେ ସାମିଲ ହୋଇ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁମନ୍ତ୍ରୀ ଓ ଅଧିକାରୀଙ୍କୁ ସାକ୍ଷାତ କରିବେ। ସୁନାବେଡା ଉପତ୍ୟକାର ଆଦିମ ଜନଜାତିଙ୍କ ମୁଖ୍ୟ ଖାଦ୍ୟ କନ୍ଦମୂଳ, ପାରମ୍ପରିକ ଖାଦ୍ୟ ପିତାକନ୍ଦା ସହ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଦେବେ। ଫେବୃୟାରୀ ୨ରେ ସେମାନେ ନୂଆପଡ଼ା ଫେରିବେ। ଏହି ଦମ୍ପତିଙ୍କ ଗାଇଡ ଭାବେ ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥାର ସ୍ବତନ୍ତ୍ର ଅଧିକାରୀ ହିମାଂଶୁ ମହାପାତ୍ର ସାଥିରେ ଯାଇଛନ୍ତି।

Share