ଦିଲ୍ଲୀ ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬ (ବ୍ୟୁରୋ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରୁ ଫେରିଛନ୍ତି। ଏକ ଦେଶ, ଏକ ନିର୍ବାଚନ ପ୍ରସଙ୍ଗରେ ହୋଇଥିବା ବୈଠକରେ ଯୋଗ ଦେବା ପାଇଁ ନବୀନ ବୁଧବାର ଦିଲ୍ଲୀ ଗସ୍ତ କରିଥିଲେ। କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବକୁ ବିଜେଡି ପକ୍ଷରୁ ସମର୍ଥନ କରାଯାଇଥିଲା। ରାଜ୍ୟରେ ୨୦୦୪ରୁ ଏକ ସାଙ୍ଗରେ ବିଧାନସଭା ଓ ଲୋକ ସଭା ନିର୍ବାଚନ ହୋଇ ଆସୁଛି।
ନବୀନ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ରାଜ୍ୟ ସଭା ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିବେ ବୋଲି ଜଣାପଡିଛି। ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା ପରେ ଦଳର ସାଂଗଠନିକ ପରିବର୍ତ୍ତନ ସହ ନିଗମ ଅଧ୍ୟକ୍ଷ ପଦ ନେଇ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି।

Share