Categories: ଜାତୀୟ

ଦିଲ୍ଲୀ ଜୟ ପାଇଁ ୨୪୦ ଏମ୍‌ପିଙ୍କୁ ଭାଜପାର କଡ଼ା ନିର୍ଦ୍ଦେଶ: ୪ ଦିନ ରହିବେ ବସ୍ତିରେ

ନୂଆଦିଲ୍ଲୀ,୪।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟରଙ୍କୁ ହାତେଇବା ପାଇଁ ଭାଜପା ପକ୍ଷରୁ ୨୪୦ ଏମ୍‌ପିଙ୍କ ଲାଗି କଡ଼ା ନିର୍ଦ୍ଦେଶ ଜାରି ହୋଇଛି। ଏମ୍‌ପିମାନେ ଆସନ୍ତା ୪ ଦିନ ଧରି ଦିଲ୍ଲୀରେ ରହିବାକୁ ହାଇକମାଣ୍ଡ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ବସ୍ତିକୁ ଭୋଟ ପ୍ରଚାର ଲାଗି ଯାଇଥିବା ଏମ୍‌ପିଙ୍କୁ ସେଠାରେ ରହିବାକୁ ମଧ୍ୟ କୁହାଯାଇଛି। ସେମାନେ ସେଠାରେ ଖାଇବା ପିଇବା ବି କରିବେ। ଦିଲ୍ଲୀ ଜୟ ପାଇଁ ଭାଜପା ଦଳ ମହାରଥୀଙ୍କୁ ପ୍ରଚାର କାର୍ଯ୍ୟରେ ଲଗାଇ ଦେଇଥିବା କୁହାଯାଉଛି। ପ୍ରଚାର କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଦିଙ୍କୁ ଦଳ ନିୟୋଜିତ କରିଛି।

Share