Categories: ଜାତୀୟ

ଦିଲ୍ଲୀ ଡାଇଲଗ୍ସ ୨୦୨୦ରେ ମତ ରଖିଲେ ୫୦ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୫ା୨: ଦିଲ୍ଲୀରେ ଆସନ୍ତା ୮ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ‘ଦିଲ୍ଲୀ ଡାଇଲଗ୍ସ ୨୦୨୦’ ଶୀର୍ଷକ ବିତର୍କ ମଙ୍ଗଳବାର ଆୟୋଜନ କରାଯାଇଛି। ଫାଷ୍ଟ ଟାଇମ୍‌ ଭୋଟର ଡଟ୍‌ ଓଆରଜି ପକ୍ଷରୁ କନ୍‌ଷ୍ଟିଚ୍ୟୁଶନ କ୍ଲବ୍‌ ଅଫ୍‌ ଇଣ୍ଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଯୁବ ଭୋଟର ଯୋଗଦେଇଥିଲେ। ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଏକକ ଦଓ୍ବୋନୀ ସଂହିତା, ଆର୍ଥତ୍କ ମାନ୍ଦାବସ୍ଥା, ଇଣ୍ଟରନେଟ ସେବା ମୌଳିକ ଅଧିକାର ଓ ଦିଲ୍ଲୀକୁ ରାଜ୍ୟ ମାନ୍ୟତା ପ୍ରଦାନ ଆଦି ସାମ୍ପ୍ରତିକ ପ୍ରସଙ୍ଗରେ ଯୁବପିଢ଼ି ନିଜ ନିଜ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ।
ସ୍କୁଲ ଛାତ୍ର କାର୍ତ୍ତିକେୟ ଗୋଏଲଙ୍କ ଦ୍ୱାରା ପ୍ରତିଷ୍ଠିତ FirstTimeVoter.orgର ଏହି ବିତର୍କର ଫାଇନାଲ ରାଉଣ୍ଡରେ ୫୦ ଛାତ୍ରୀଛାତ୍ର ଭାଗନେଇଥିଲେ, ଯେଉଁମାନଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟର ୫୦୦ ଜଣଙ୍କ ମଧ୍ୟରୁ ବଛାଯାଇଥିଲା। ବିତର୍କ ପରେ ଆଇଏମ୍‌ଏସ୍‌ ଲ କଲେଜର ମନୀଷ୍‌ କୁମାରଙ୍କୁ ବିଜେତା ଘୋଷଣା କରାଯାଇଥିଲା। ସେହିପରି ଏସ୍‌ଜିଟିବି ଖାଲ୍‌ସା କଲେଜ ଛାତ୍ର ଆଶମାନ୍‌ କୌର ପ୍ରଥମ ଏବଂ ଇଗ୍‌ନୁର ବ୍ୟାସ ରାଜ ଦ୍ୱିତୀୟ ରନର୍ସ ଅପ୍‌ ମାନ୍ୟତା ପାଇଥିଲେ। ବିଜେତା ଓ ଦୁଇ ରନର୍ସ ଅପ୍‌ଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି ଅବସରରେ କାର୍ତ୍ତିକେୟ ଗୋଏଲ କହିଥିଲେ, ସାମାଜିକ ଓ ରାଜନୈତିକ ଭାବେ ସଚେତନ ଲୋକଙ୍କୁ ଗୋଷ୍ଠୀବଦ୍ଧ କରିବା ଅତ୍ୟନ୍ତ ଉତ୍ସାହଜନକ। ଆମ ଆଗରେ ଥିବା ତୃଣମୂଳ ସ୍ତରର ଆହ୍ବାନଗୁଡ଼ିକ ସମ୍ପର୍କରେ ଭଲ ଭାବେ ଅବଗତ ଆଗାମୀ ପିଢ଼ି ରାଜନେତାଙ୍କ ପାଇଁ ଏହା ବାଟ ଫିଟାଇବ। ଅନୁରୂପ ଭାବେ ପୂର୍ବତନ ଆଇପିଏସ୍‌ ଅଧିକାରୀ ତଥା ଏଏପି ନେତା ଡକ୍ଟର ଅଜୟ କୁମାର ରାଜନୈତିକ ଚ୍ୟାଲେଞ୍ଜଗୁଡ଼ିକ ଉପରେ ରୁଚିପୂର୍ଣ୍ଣ ଆଭିମୁଖ୍ୟ ରଖିଥିଲେ।

Share