Categories: ଜାତୀୟ

ଦିଲ୍ଲୀ ଦଙ୍ଗାରେ ନଷ୍ଟ ହୋଇଥିବା ସ୍କୁଲକୁ ମିଳିବ ସରକାରୀ ସହାୟତା

ନୂଆଦିଲ୍ଲୀ,୬।୩: ଗତ ସପ୍ତାହରେ ଦିଲ୍ଲୀରେ ଉପୁଜିଥିବା ଦଙ୍ଗାରେ ବହୁ ଧନ ଜୀବନ ନଷ୍ଟ ହୋଇଛି। ଏବେ ସେଠାରେ ପରିସ୍ଥିତି ସ୍ବାଭାବିକ ହେବାରେ ଲାଗିଥିବା ବେଳେ ଭାଙ୍ଗିରୁଜି ଯାଇଥିବା ଘର, ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଆଦିକୁ ଠିକ୍‌ କରିବାକୁ ଚାଲିଛି ପ୍ରୟାସ। ଶୁକ୍ରବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ କହିଛନ୍ତି, ଯେଉଁ ସ୍କୁଲରେ ୧ ହଜାରରୁ କମ ପିଲା ପାଠ ପଢୁଥିବେ ଓ ଦିଲ୍ଲୀ ଦଙ୍ଗାରେ ଏହା ନଷ୍ଟ ହୋଇଯାଇଥିବ ସେହିସବୁ ସ୍କୁଲକୁ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ। ସେହିପରି ଯେଉଁ ସ୍କୁଲରେ ୧ହଜାରରୁ ଊଦ୍ଧ୍ୱର୍ର୍ ପିଲା ପଢୁଥିବେ ସେଭଳି ସ୍କୁଲକୁ ୧୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ। ସେହିପରି ଦିଲ୍ଲୀ ଦଙ୍ଗାରେ ଯେଉଁମାନଙ୍କର ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ସେମାନଙ୍କୁ ୫ ଲକ୍ଷ ଟଙ୍କା ଓ ଯେଉଁମାନଙ୍କ ଆଶିଂକ ଭାବେ କ୍ଷତି ହୋଇଛି ସେମାନଙ୍କୁ ଅଢେଇ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ସିସୋଡିଆ ସୂଚନା ଦେଇଛନ୍ତି।

Share