Categories: ଜାତୀୟ

ଦିଲ୍ଲୀ ଦଙ୍ଗାରେ ମୃତ ପୋଲିସଙ୍କ ପରିବାରକୁ ୨ ମାସର ଦରମା ଦାନ କଲେ ଭାଜପା ନେତା

ନୂଆଦିଲ୍ଲୀ,୨୯।୨: ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ପରଭେଶ ବର୍ମା ଦିଲ୍ଲୀ ଦଙ୍ଗାରେ ମୃତ ହେଡ କନ୍‌ଷ୍ଟେବଳ ରତନ ଲାଲ ଓ ଇଣ୍ଟଲିଜେନ୍ସ ବ୍ୟୁରୋ ଅଫିସର ଅଙ୍କିତ ଶର୍ମାଙ୍କ ପରିବାରଙ୍କୁ ତାଙ୍କ ୨ ମାସର ଦରମା ଦାନ କରିବାକୁ ଶନିବାର ଘୋଷଣା କରିଛନ୍ତି। ଟୁଇଟ୍‌ କରି ସେ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ଦଙ୍ଗା ସମୟରେ ଗୁଳିବାଜି ରତନ ଲାଲଙ୍କ ମୃତ୍ୟୁ ହୋଇଥିବା ବେଳେ ଅଙ୍କିତ ଶର୍ମାଙ୍କ ମୃତଦେହ ୨୬ ଫେବୃୟାରୀରେ ଏକ ଡ୍ରେନ୍‌ରୁ ଉଦ୍ଧାର କରାଯାଇଥିଲା। ଏହି ଦଙ୍ଗାରେ ଏପର୍ଯ୍ୟନ୍ତ ୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

Share