Categories: ଜାତୀୟ

ଦିଲ୍ଲୀ ଦଙ୍ଗା ଉପରେ ଆଲୋଚନା ହୋଲି ପରେ: ବାଚସ୍ପତି

ନୂଆଦିଲ୍ଲୀ,୩।୩: ଦିଲ୍ଲୀ ଦଙ୍ଗା ଉପରେ ସରକାର ଆଲୋଚନା କରନ୍ତୁ ବୋଲି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଦାବି କରାଯାଉଛି। ଏନେଇ ଲୋକ ସଭା ବାଚସ୍ପତି ଓମ୍‌ ବିରଳା କହିଛନ୍ତି ଯେ, ସରକାର ବିରୋଧୀଙ୍କ ସହିତ ଆଲୋଚନା ପାଇଁ ପ୍ରସ୍ତୁତ। ତେବେ ଏହା ମାର୍ଚ୍ଚ ୧୦ ଅବା ୧୧ରେ ହୋଲି ପରେ ହେବ। ବାଚସ୍ପତିଙ୍କ ଏଭଳି ମନ୍ତବ୍ୟ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ହୋଇଥିଲା। ବାଚସ୍ପତିଙ୍କ ନିଷ୍ପତ୍ତି ସମସ୍ତ ସଦସ୍ୟଙ୍କୁ ମାନିବାକୁ ପଡ଼ିବ ବୋଲି ଓମ୍‌ ବିରଳା କହିଛନ୍ତି। ଗୃହରେ ଶାନ୍ତି ଫେରାଇ ଆଣିବା ଲାଗି ସେ ସଦସ୍ୟଙ୍କୁ ତାଗିଦ୍‌ କରି କହିଛନ୍ତି ଯେ, ସ୍ଥିତି ଅଣାୟତ ହେଲେ ସମ୍ପୃକ୍ତ ସଦସ୍ୟଙ୍କୁ ଅଧିବେଶନ ଶେଷ ପର୍ଯ୍ୟନ୍ତ ନିଲମ୍ବିତ କରାଯିବ। ତେବେ ମଧ୍ୟ ସଦସ୍ୟମାନେ ଏହାକୁ ଖାତିର କରି ନ ଥିବା ଦେଖିବାକୁ ମିଳିଥିଲା।

Share