Categories: ଜାତୀୟ

ଦିଲ୍ଲୀ ଦଙ୍ଗା: ଦମ୍ପତିଙ୍କ ପରେ ଗିରଫ ହେଲେ ପିଏଫ୍‌ଆଇ ସଦସ୍ୟ ଦାନିଶ

ନୂଆଦିଲ୍ଲୀ,୯।୩: ରାଜଧାନୀ ଦିଲ୍ଲୀର ଜାମିଆ ନଗର ଅଞ୍ଚଳରେ ଆଇଏସ୍‌ ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କ ଥିବା ଦମ୍ପତିଙ୍କୁ ଗିରଫ କରିବା ପରେ ସୋମବାର ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌କୁ ମିଳିଛି ଆଉ ଏକ ସଫଳତା। ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ(ପିଏଫ୍‌ଆଇ)ର ସଦସ୍ୟ କୁହାଯାଉଥିବା ଦାନିଶଙ୍କୁ ଗିରଫ କରାଯାଇଛି। ଉତ୍ତର ପୂର୍ବ ଦିଲ୍ଲୀରେ ସାଂପ୍ରଦାୟିକ ହିଂସା ପାଇଁ ଉସକାଉଥିବା ଅଭିଯୋଗରେ ୩୩ ବର୍ଷୀୟ ଦାନିଶଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ତ୍ରିଲୋକପୁରୀ ଅଞ୍ଚଳରେ ମହମ୍ମଦ ଦାନିଶ ରହୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ସମୟରେ ଦାନିଶ ଜନମତକୁ ପ୍ରଭାବିତ କରିବାକୁ ଉସକାଉଥିବା ଅନୁମାନ କରାଯାଉଛି।

Share