Categories: ଜାତୀୟ

ଦିଲ୍ଲୀ ଦଙ୍ଗା ନେଇ ବିବାଦୀୟ ମନ୍ତବ୍ୟ: ଇରାନ ରାଷ୍ଟ୍ରଦୂତଙ୍କୁ ସମନ ଜାରି

ନୂଆଦିଲ୍ଲୀ,୩।୩: ଦିଲ୍ଲୀ ଦଙ୍ଗା ନେଇ ଇରାନ ବହିର୍ବ୍ୟାପାର ମନ୍ତ୍ରୀ ଜାଭେଦ୍‌ ଜାରିଫ୍‌ ଟୁଇଟ୍‌ କରି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଭାରତ ପକ୍ଷରୁ ଦିଲ୍ଲୀରେ ଅବସ୍ଥାପିତ ଥିବା ଇରାନ ରାଷ୍ଟ୍ରଦୂତ ଅଲୀ ଚେଗେନିଙ୍କୁ ମଙ୍ଗଳବାର ସମନ ଜାରି କରାଯାଇଛି। ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଅନୁଚିତ ଦର୍ଶାଇ ଅଲୀଙ୍କୁ ଜବାବ ତଲବ ଲାଗି ସମନ ଜାରି ହୋଇଛି। ସୋମବାର ଇ ଜାଭେଦ୍‌ ଜାରିଫ୍‌ ଭାରତରେ ମୁସଲମାନ୍‌ଙ୍କ ଉପରେ ହେଉଥିବା ହିଂସାକୁ ଇରାନ ନିନ୍ଦା କରୁଥିବା ଟୁଇଟ୍‌ କରି କହିଥିଲେ। ଏହାକୁ ନେଇ ଭାରତ ପକ୍ଷରୁ ଆପତ୍ତି କରାଯାଇଥିଲା।

Share