Categories: ଜାତୀୟ

ଦିଲ୍ଲୀ ନିର୍ବାଚନ: କେଜରିଓ୍ବାଲଙ୍କ ଟକ୍କର ଦେଉଥିବା ସ୍ବାମିଜୀଙ୍କ ପାଖରେ ଅଛି ମାତ୍ର ୯ ଟଙ୍କା

ନୂଆଦିଲ୍ଲୀ,୧୫।୧: ଦିଲ୍ଲୀ ନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାକୁ ଲାଗିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ହଟାଇବା ପାଇଁ ଉଭୟ ଭାଜପା ଏବଂ କଂଗ୍ରେସ ଯୋଜନା କରୁଛନ୍ତି। ଏହି ସମୟରେ ଭେଙ୍କଟେଶ୍ୱର ମହା ସ୍ବାମିଜୀ (ଦୀପକ) କେଜରିଓ୍ବାଲଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ଦୀପକ ଭାଜପା, ଏନସିପି ଏବଂ ହିନ୍ଦୁସ୍ଥାନ ଜନତା ପାର୍ଟିରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହେଲେ ଏହି ତିନୋଟି ଦଳ ତାଙ୍କ ଆଡ଼ୁ ଦୀପକଙ୍କୁ ପ୍ରାର୍ଥୀ ବୋଲି ଘୋଷଣା କରିନାହାନ୍ତି। ନିର୍ବାଚନ ଲଢିବା ପାଇଁ ଶରଦ ପାଓ୍ବାର ନାମକ ଜଣେ ବ୍ୟକ୍ତିଙ୍କ ପାଖରୁ ସେ ୯୯,୯୯୯ ଟଙ୍କା ଧାର ଆଣିଛନ୍ତି। ନିର୍ବାଚନୀ ସତ୍ୟପାଠ ଦାଖଲ କରିବା ବେଳେ ତାଙ୍କ ପାଖରେ ମୋଟ ୯ ଟଙ୍କା ନଗଦ ରହିଛି ବୋଲି ସେ ଦର୍ଶାଇଛନ୍ତି। ଏହା ପୂର୍ବରୁ ଦୀପକ କର୍ନାଟକ, ଗୋଆ, ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶରୁ ମୋଟ ୧୬ ଥର ନିର୍ବାଚନ ଲଢ଼ିସାରିଛନ୍ତି। ଭେଙ୍କଟେଶ୍ୱର ଏବେ ଦ୍ୱାରକାରେ ଜଣେ ସାଙ୍ଗଙ୍କ ସହ ରହୁଛନ୍ତି।

Share