Categories: ଜାତୀୟ

ଦିଲ୍ଲୀ ନିର୍ବାଚନ ପରାଜୟ ପରେ ଭାଜପାକୁ ସଂଘର ଚେତାବନୀ: ସବୁବେଳେ ମୋଦି-ଶାହା ଜିତାଇପାରିବେ ନାହିଁ

ନୂଆଦିଲ୍ଲୀ,୨୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ସବୁପ୍ରକାର ଚେଷ୍ଟା କରିବା ସତ୍ତ୍ୱେ ଭାଜପାକୁ ମାତ୍ର ୮ଟି ଆସନ ମିଳିଛି। ନିର୍ବାଚନରେ ଶୋଚନୀୟ ପରାଜୟକୁ ନେଇ ଦଳ ମନ୍ଥନ ଆରମ୍ଭ କରିଛି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ମଧ୍ୟ ଦଳର ଏଭଳି ପରାଜୟକୁ ସହଜରେ ଗ୍ରହଣ କରିପାରି ନାହିଁ। ସବୁବେଳେ ନରେନ୍ଦ୍ର ମୋଦି ଏବଂ ଅମିତ ଶାହା ଯୋଡି ଭାଜପାକୁ ଜିତାଇପାରିବେ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସଂଘର ଇଂରାଜୀ ମୁଖପତ୍ର ‘ଅର୍ଗାନାଇଜର୍‌’ରେ ଦିଲ୍ଲୀରେ ଭାଜପାର ପରାଜୟକୁ ନେଇ ଏକ ସମୀକ୍ଷା ଛପାଯାଇଛି। ସବୁବେଳେ ମୋଦି-ଶାହଙ୍କ ଭରସାରେ ନିର୍ବାଚନ ଲଢାଯାଇପାରିବନି। ୨୦୧୫ ପରେ ଦିଲ୍ଲୀରେ ଦଳ ତୃଣମୂଳ ସ୍ତରରେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିନାହିଁ। ଦଳର ନିର୍ବାଚନ ପ୍ରଚାର ଏବଂ ପ୍ରସାର ଶେଷ ଆଡକୁ ଫିକା ପଡିଯାଇଥିଲା। ଯାହା ଦଳ ପରାଜୟର କାରଣ ପାଲଟିଥିବାବେଳେ ମୁଖପତ୍ରରେ କୁହାଯାଇଛି।

Share