Categories: ଜାତୀୟ

ଦିଲ୍ଲୀ ନିର୍ବାଚନ ପରାଜୟ ପରେ ଇସ୍ତଫା ପତ୍ର ପଠାଇଲେ ମନୋଜ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀରେ ୨୧ ବର୍ଷ ପରେ ଶାସନ କ୍ଷମତାକୁ ହାତେଇବାକୁ ଆଶା ରଖିଥିବା ଭାଜପାକୁ ବିଧାନସଭା ନିର୍ବାଚନରେ ବଡ଼ ଝଟକା ଲାଗିଛି। ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦିଲ୍ଲୀର ଭାଜପା ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ବାରୀ ଦଳରୁ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି। ଦଳର ଏହି ପରାଜୟ ପାଇଁ ସେ ନିଜକୁ ଦାୟୀ କରିବା ସହ ବୁଧବାର ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ପାଖକୁ ଏକ ଇସ୍ତଫା ପତ୍ର ପଠାଇଥିଲେ। କିନ୍ତୁ ଏହି ଇସ୍ତଫା ପତ୍ରକୁ ଭାଜପା ହାଇକମାଣ୍ଡ ଗ୍ରହଣ ନ କରିବା ସହ ନିଜ ପଦରେ ରହିବାକୁ ନିବେଦନ କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ଭାଜପା ସଂଗଠନ ନିର୍ବାଚନକୁ ବାତିଲ କରାଯାଇଥିଲା। ତେବେ ସଂଗଠନ ନିର୍ବାଚନ ପରେ ନୂଆ ପ୍ରଦେଶ ଅଧ୍ୟକ୍ଷଙ୍କ ନିଯୁକ୍ତି ହେବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଦିଲ୍ଲୀରେ ୪୮ ଆସନରେ ବିଜୟ ନେଇ ମନୋଜ ଦାବି କରିଥିବା ବେଳେ ଭାଜପା କିନ୍ତୁ ୮ଟି ଆସନରେ ବିଜୟ ଲାଭ କରିଥିଲା।

Share