ଦିଲ୍ଲୀ ନିର୍ବାଚନ ଫଳାଫଳକୁ ଦେଖି ପଞ୍ଜାବରେ ଉତ୍ସବର ମାହୋଲ

ଅମୃତସର,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ସକାଳୁ ଆରମ୍ଭ ହୋଇଛି। ଏବେ ଏହାର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି। ସକାଳ ୧୧ଟା ସୁଦ୍ଧା ଆମ ଆଦମୀ ପାର୍ଟି(ଏଏପି) ପ୍ରାୟ ୫୦ ଆସନରେ ଆଗରେ ଥିବା ବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ମାତ୍ର ୧୮ ଆସନରେ ଆଗରେ ରହିଛି। ଏଏପିର ଏହି ସଫଳତାକୁ ଦେଖି ପଞ୍ଜାବର ଅମୃତସରରେ ଥିବା ଏଏପି କର୍ମୀମାନେ ଉତ୍ସବ ପାଳନ କରିବା ଆରମ୍ଭ କରିଦେଇଛନ୍ତି।

Share