Categories: ଜାତୀୟ

ଦିଲ୍ଲୀ ନିର୍ବାଚନ: ଭୋଟ ହାର ଘୋଷଣାରେ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୯ା୨: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦିଲ୍ଲୀ ବିଧାନସଭାର ୭୦ ଆସନରେ ନିର୍ବାଚନ ଶେଷ ହୋଇଛି। ଇତିମଧ୍ୟରେ ୧୭ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ଚୂଡାନ୍ତ ଭୋଟିଂ ପ୍ରତିଶତ ଘୋଷଣା କରି ନ ଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ। ସେ ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ଔପଚାରିକ ଭାବେ ଭୋଟିଂ ପ୍ରତିଶତ କାହିଁକି ଘୋଷଣା କରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସାଧାରଣତଃ ନିର୍ବାଚନ ଶେଷ ପରେ ଭୋଟ ପ୍ରତିଶତ ଘୋଷଣା କରାଯାଇଥାଏ। କିନ୍ତୁ ଦିଲ୍ଲୀରେ ଏପର୍ଯ୍ୟନ୍ତ ତାହା ହୋଇନାହିଁ। ଯାହାକୁ ନେଇ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପକ୍ଷରୁ ଏହା ଭିତରେ କିଛି ଷଡଯନ୍ତ୍ର ଚାଲିଥିବା ଅଭିଯୋଗ କରାଯାଇଛି।

Share