ଦିଲ୍ଲୀ ନିର୍ବାଚନ: ୧୦୦ରୁ ଊର୍ଦ୍ଧ୍ୱ ବୟସ୍କ ଭୋଟରଙ୍କ ସଂଖ୍ୟା ୧୩୨

ନୂଆଦିଲ୍ଲୀ,୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ଗୁରୁବାର ଶେଷ ହୋଇଛି। ଆସନ୍ତା ୮ ତାରିଖରେ ଦିଲ୍ଲୀର ୭୦ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥର ନିର୍ବାଚନରେ ୧୦୦ରୁ ଊର୍ଦ୍ଧ୍ୱ ବୟସ୍କ ୧୩୨ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରୁ ୬୮ଜଣ ପୁରୁଷ ଏବଂ ୬୪ ଜଣ ମହିଳା ଅଛନ୍ତି। ପଶ୍ଚିମ ଦିଲ୍ଲୀରେ ୧୦୦ରୁ ଉର୍ଦ୍ଧ୍ୱ ବୟସ୍କ ସର୍ବାଧିକ ୨୧ ଜଣ ବ୍ୟକ୍ତି ଥିବାବେଳେ ଦିଲ୍ଲୀରେ ସର୍ବନିମ୍ନ ୭ଜଣ ମତଦାତା ଅଛନ୍ତି। ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାଶ ବିଧାନସଭା କ୍ଷେତ୍ରରେ ସିଆର ପାର୍କ ନିବାସୀ ୧୧୦ ବର୍ଷୀୟା କାଳିତାରା ମଣ୍ଡଳ ଏଥର ସବୁଠୁ ବୟସ୍କା ଭୋଟର ଭାବେ ନିଜର ମତ ସାବ୍ୟସ୍ତ କରିବେ। ଭିଆପି ମତଦାତା ଭାବରେ ସେମାନେ ମତଦାନ କରିବେ ବୋଲି ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି।

Share