ଦିଲ୍ଲୀ ପରେ ଏବେ ପାଟନା ଏମ୍ସରେ ପ୍ଲାଜମା ଥେରାପିରେ ହେବ କରୋନା ରୋଗୀଙ୍କ ଚିକିତ୍ସା

ପାଟନା,୨୫।୪: ଦିଲ୍ଲୀ ପରେ ଏବେ ବିହାର ସରକାର ପାଟନାରେ ଥିବା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ପ୍ଲାଜମା ଥେରାପି ମାଧ୍ୟମରେ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରିବାକୁ ଯୋଜନା କରୁଥିବା ଜଣାପଡିଛି। ଏ ସମ୍ପର୍କରେ ପ୍ରମୁଖ ସ୍ବାସ୍ଥ୍ୟ ସଚିବ ସଞ୍ଜୟ କୁମାର ଶନିବାର ସୂଚନା ଦେଇଛନ୍ତି। ଦିଲ୍ଲୀରେ ପ୍ରଥମେ ପ୍ଲାଜମା ଥେରାପି ମାଧ୍ୟମରେ ଜଣେ ରୋଗୀଙ୍କ ଚିକିତ୍ସା କରାଯାଇଥିବା ବେଳେ ଏହାର ଫଳାଫଳ ଭଲ ଆସିବାରୁ ଏହି ପ୍ଲାଜମା ଥେରାପି କରୋନା ଚିକିତ୍ସା କ୍ଷେତ୍ରରେ ଏକ ଆଶାର କିରଣ ଆଣି ଦେଇଛି। ତେଣୁ ଏହାକୁ ନେଇ ଏବେ ବିହାର ସରକାର ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା କରିବା କଥା ଚିନ୍ତା କରିଛନ୍ତି। ସୂଚନାଯୋଗ୍ୟ, ବିହାରରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ୨୨୫।

Share