Categories: ଜାତୀୟ

ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୭ା୨(ପି.ଟି.): ଉତ୍ତରପୂର୍ବ ଦିଲ୍ଲୀରେ ସିଏଏ ବିରୋଧୀ ହିଂସା ରୋକିବାରେ ବିଫଳ ହୋଇଥିବା ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟ ବୁଧବାର ଭର୍ତ୍ସନା କରିଛନ୍ତି। ଏହି ହିଂସାରେ ୨୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ସିଏଏ ଦଙ୍ଗାକୁ ନେଇ ହୋଇଥିବା ଆବେଦନ ଉପରେ ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ମନା କରିଦେଇଛନ୍ତି। ହିଂସା ସୃଷ୍ଟିକାରୀଙ୍କୁ ଛାଡ଼ିଦିଆଯାଇଥିବାରୁ ଏଥିପାଇଁ ସୁପ୍ରିମକୋର୍ଟ ଖଣ୍ଡପୀଠ ଦିଲ୍ଲୀ ପୋଲିସ ଉପରେ ବର୍ଷିଥିଲେ। କୌଣସି ବ୍ୟକ୍ତିଙ୍କ ଅନୁମତିକୁ ଅପେକ୍ଷା ନ କରି ସ୍ବାଧୀନ ଭାବେ କାର୍ଯ୍ୟ କରିବା ଆବଶ୍ୟକ ଥିଲା ବୋଲି ଖଣ୍ଡପୀଠ କହିଛନ୍ତି। କେହି ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେଲେ ତାହା ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ହେବ। ଶାହିନବାଗ ଆନ୍ଦୋଳନ ସମ୍ପର୍କିତ ମାମଲାର ଶୁଣାଣି ପୂର୍ବରୁ ପ୍ରଥମେ ଅନୁକୂଳ ବାତାବରଣ ଫେରାଇଆଣିବା ଜରୁରୀ ବୋଲି ଜଷ୍ଟିସ୍‌ ସଞ୍ଜୟ କିଷନ କୌଲ ଏବଂ କେ.ଏମ୍‌. ଜୋସେଫଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।

Share