ନୂଆଦିଲ୍ଲୀ,୧।୭: ରକ୍ତଦାନ ହେଉଛି ମହତ୍ ଦାନ। ଏନେଇ ଦେଶରେ ସଚେତନତା ଜାରି ରହିଛି। ତେବେ ଦିଲ୍ଲୀ ପୋଲିସ୍ର ୨ କନେଷ୍ଟବଳ ଦୀର୍ଘ ବର୍ଷ ଧରି ରକ୍ତଦାନ ଜାରି ରଖିଛନ୍ତି। ପେଶା ପୋଲିସ୍ ଗିରି ମାତ୍ର ଦୁହିଁଙ୍କର ନିଶା ହେଉଛି ରକ୍ତଦାନ। ସେ ଦୁହେଁ ହେଉଛନ୍ତି ଅମିତ ଫୋଗାଟ୍ ଏବଂ ଆଶିଷ କୁମାର। ଆଶିଷ ଇତିମଧ୍ୟରେ ୭୭ ଥର ରକ୍ତଦାନ କରିଥିବାବେଳେ ଅମିତ ୪୮ଥର ରକ୍ତଦାନ କରିଛନ୍ତି। ଆଶିଷ ୧୬ ବର୍ଷ ଧରି ଏପରି କରୁଛନ୍ତି। ସେହିପରି ଅମିତ ଗତ ୫ ବର୍ଷ ଧରି ରକ୍ତଦାନ କରୁଛନ୍ତି। ଅମିତ ଏକ ରକ୍ତଦାନ ସଂଗଠନ କରିଛନ୍ତି। ଏହାର ସଦସ୍ୟ ସଂଖ୍ୟା ୫୫ ରହିଛି। ସଦସ୍ୟମାନେ ନିୟମିତ ବ୍ୟବଧାନରେ ରକ୍ତଦାନ କରିଥାନ୍ତି। ଏହି ୨ କନେଷ୍ଟବଳଙ୍କୁ ନେଇ ଏବେ ଦିଲ୍ଲୀ ପୋଲିସ୍ ବିଭାଗ ଗର୍ବ ଅନୁଭବ କରୁଛି।