Categories: ଜାତୀୟ

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲଢିବ ନାହିଁ ଜେଜେପି

ଚଣ୍ଡିଗଡ଼,୨୧।୧: ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ତଥା ଜନନାୟକ ଜନତା ପାର୍ଟି(ଜେଜେପି)ର ମୁଖ୍ୟ ଦୁଷ୍ୟନ୍ତ ଚୌତାଲା କହିଛନ୍ତି ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଲଢିବ ନାହିଁ। ହରିୟାଣାରେ ଭାରତୀୟ ଜନତା ପାର୍ଟି(ଭାଜପା) ସହ ମେଣ୍ଟ କରି ସରକାର ଗଢିଥିବା ଜେଜେପି ଦିଲ୍ଲୀ ବିଧାନସଭା ନିର୍ବାଚନରୁ ଓହରି ଯାଇଛି। ସୂଚନାଯୋଗ୍ୟ, ଆସନ୍ତା ଫେବୃୟାରୀ ୮ରେ ଦିଲ୍ଳୀର ୭୦ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ୧୧ ତାରିଖରେ ଫଳାଫଳ ଘୋଷଣା କରାଯିବ।

Share