Categories: ଜାତୀୟ

ଦିଲ୍ଲୀ ବିଧାନସଭା ନିର୍ବାଚନ: ଭାଜପାର ଷ୍ଟାର୍‌ ପ୍ରଚାରକ ତାଲିକାରେ ମୋଦି, ଶାହା

ନୂଆଦିଲ୍ଲୀ,୨୨।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କଂଗ୍ରେସ ପରେ ଭାଜପା ନିଜ ଷ୍ଟାର ପ୍ରଚାରକ ତାଲିକା ବୁଧବାର ଘୋଷଣା କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସମେତ ୩୦ ଜଣ ନେତାଙ୍କ ନାମ ରହିଛି। ବଲିଉଡ୍‌ ଅଭିନେତା ସନି ଦେଓଲ, ଅଭିନେତ୍ରୀ ହେମା ମାଳିନୀ, ଭୋଜପୁରୀ ଫିଲ୍ମ ଷ୍ଟାର ଦିନେଶ ଲାଲ ଯାଦବ, କ୍ରିକେଟର୍‌ ଗୌତମ ଗମ୍ଭୀର, ମଧ୍ୟ ଦଳ ପାଇଁ ପ୍ରଚାର କରିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଦିଲ୍ଲୀରେ ମୋଟ ୭୦ ଆସନ ପାଇଁ ଫେବୃୟାରୀ ୮ ତାରିଖରେ ହେବ ଭୋଟିଂ ହେବ। ଫେବୃୟାରୀ ୧୧ ତାରିଖରେ ହେବ ଭୋଟ ଗଣତି ହେବ।

Share