Categories: ଜାତୀୟ

ଦିଲ୍ଲୀ ବିଧାନସଭା ନିର୍ବାଚନ: ୪୧୧ ପ୍ରାର୍ଥୀପତ୍ର ନାକଚ

ନୂଆଦିଲ୍ଲୀ,୨୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନରେ ୪୧୧ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ବିଭିନ୍ନ କାରଣରୁ ନାକଚ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ଗୁରୁବାର କୁହାଯାଇଛି। ପ୍ରାର୍ଥୀପତ୍ର କୁଡିକର ଯାଞ୍ଚ୍‌ ବୁଧବାର ହୋଇଥିଲା। ୩ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ୭୦ଟି ବିଧାନସଭା ଆସନ ପାଇଁ ମୋଟ ୧,୦୨୯ ପ୍ରାର୍ଥୀଙ୍କ ଦ୍ୱାରା ୧,୫୨୮ ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା। ଶେଷ ଦିନ ୮୦୦ରୁ ଅଧିକ ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନାର ଦିଆଯାଇଛି।

Share