Categories: ଜାତୀୟ

ଦିଲ୍ଲୀ ବିଧାନସଭା ନିର୍ବାଚନ: ଶାହ-ନୀତୀଶ କରିବେ ପ୍ରଚାର

ନୂଆଦିଲ୍ଲୀ,୨୯।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଜୋର୍‌ସୋର୍‌ ନିର୍ବାଚନୀ ପ୍ରଚାର ଜାରି ରହିଛି। ତେବେ ଏଠାରେ ପ୍ରଚାର କାର୍ଯ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯୋଗଦେବେ। ଫେବୃୟାରୀ ୨ରେ ବୁରାଡ଼ିରେ ୨ ନେତା ଆୟୋଜିତ ଏକ ରାଲିରେ ମିଳିତ ଭାବେ ନିର୍ବାଚନୀ ପ୍ରଚାର କରିବେ। ସେହିଦିନ ଅପରାହ୍ନ ୪ଟାରେ ସଙ୍ଗମ ବିହାରରେ ଏକ ନିର୍ବାଚନୀ ସଭାରେ ଶାହ ଏବଂ ନୀତୀଶ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଭାଜପା-ଜେଡିୟୁ ନେତାଙ୍କ ମିଳିତ ପ୍ରଚାର ଭୋଟରଙ୍କୁ ଆକର୍ଷିତ କରିବା ଲକ୍ଷ୍ୟ ନେଇ ଶାହ-ନୀତୀଶ ଏଭଳି ରଣନୀତି ଆପଣେଇଥିବା ରାଜନୈତିକ ସମୀକ୍ଷକ ମତ ପୋଷଣ କରିଛନ୍ତି।

Share