Categories: ଜାତୀୟ

ଦିଲ୍ଲୀ ବିଧାନସଭା ନିର୍ବାଚନ: ପ୍ରଥମଥର ଲାଗି ପ୍ରଚାର ମଇଦାନକୁ ଓହ୍ଲାଇବେ ମୋଦି

ନୂଆଦିଲ୍ଲୀ,୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ପ୍ରଚାର ମଇଦାନୁ ଓହ୍ଲାଇଛନ୍ତି ଷ୍ଟାର ପ୍ରଚାରକମାନେ। ସୋମବାର ପ୍ରଥମଥର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଦିଲ୍ଲୀର କାରକାରଡୁମାଠାରେ ଏକ ଜନସଭାକୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ଅପରାହ୍ନ ୨ଟାରେ ସିବିଡି ଗ୍ରାଉଣ୍ଡରେ ଆୟୋଜିତ ହେବ। ଭାରତୀୟ ଜନତା ପାର୍ଟି(ଭାଜପା)ର ଏହି ଷ୍ଟାର ପ୍ରଚାରକ ମଙ୍ଗଳବାର ଦକ୍ଷିଣପଶ୍ଚିମ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଆଉ ଏକ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଭାଜପାର ଜଣେ ବରିଷ୍ଠ ନେତା ଏହି ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ବଜେଟ ପରେ ଏହି ରାଲିର ଆୟୋଜନ କରାଯାଇଥିବା ବେଳେ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ମୋଦିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଦଳ ପକ୍ଷରୁ ଅନୁମାନ କରାଯାଇଛି। ପୂର୍ବରୁ ଏହି ପ୍ରଚାର କାର୍ଯ୍ୟକ୍ରମରେ ଭାଜପାର ଅନ୍ୟ ଟାଣୁଆ ନେତାମାନେ ଯୋଗ ଦେଇଥିଲେ ମଧ୍ୟ ମୋଦିଙ୍କ ପ୍ରଚାର ଭୋଟରଙ୍କୁ ଭାଜପା ଆଡକୁ ଟାଣିବ ବୋଲି ଅନୁମାନ କରାଯାଉଛି।

Share