Categories: ଜାତୀୟ

ଦିଲ୍ଲୀ ବିଧାନସଭା ନିର୍ବାଚନ: କେଜରିଓ୍ବାଲଙ୍କୁ ଟାର୍ଗେଟ କଲେ ନଡ୍ଡା

ନୂଆଦିଲ୍ଲୀ,୪।୨:ଦିଲ୍ଲୀ ବିଧାନସଭା ନିର୍ବାନକୁ ନେଇ ପ୍ରଚାର ମଇଦାନରେ ଏବେ ଅଛନ୍ତି ସବୁ ଷ୍ଟାର ପ୍ରଚାରକ। ଏହି କ୍ରମରେ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ସବୁ ରାଜନୈତିକ ଦଳ ବଳ ଲଗାଇଛନ୍ତି। ମଙ୍ଗଳବାର ଭାରତୀୟ ଜନତା ପାର୍ଟି(ଭାଜପା)ର ଅଧ୍ୟକ୍ଷ ଜେପି ନଡ୍ଡା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲଙ୍କୁ ଟାର୍ଗେଟ କରିଛନ୍ତି। ନଡ୍ଡା କହିଛନ୍ତି କେଜରିଓ୍ବାଲ ଦିଲ୍ଲୀରେ ୧୫ ଲକ୍ଷ ସିସିଟିଭି କ୍ୟାମେରା ଲଗାଇବା ସହ ସବୁଠି ଓ୍ବାଇ ଫାଇ ସୁବିଧା ଯୋଗାଇ ଦେବାକୁ କଥା ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ସେ କାହିଁକି ଏହା ପୂରଣ କରିପାରି ନାହାନ୍ତି ବୋଲି ନଡ୍ଡା ପ୍ରଶ୍ନ କରିଛନ୍ତି।

Share