Categories: ଜାତୀୟ

ଦିଲ୍ଲୀ ବିଧାନସଭା ନିର୍ବାଚନ: ବିଏସ୍‌ପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାରର ଶେଷ ଦିନରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ନେତାଙ୍କ ଉପରକୁ ଆକ୍ରମଣ ହୋଇଛି। ବଦରପୁର ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା ବିଏସପି ପ୍ରାର୍ଥୀ ନାରାୟଣ ଦତ୍ତ ଶର୍ମାଙ୍କ ଉପରକୁ କିଛି ଅଜ୍ଞାତ ବ୍ୟକ୍ତି ଆକ୍ରମଣ କରିଥିବା ସୂଚନା ମିଳିଛି। ଆକ୍ରମଣରେ ନାରାୟଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏକ ନିର୍ବାଚନ ବୈଠକରେ ଯୋଗଦେଇ ଫେରୁଥିବାବେଳେ ଏଭଳି ଘଟଣା ଘଟିଥିବା ନାରାୟଣ କହିଛନ୍ତି। ଏହି ଘଟଣା ପାଇଁ ସେ କୌଣସି ନିର୍ଦ୍ଦିଷ୍ଟ ଦଳର ନାଁ ନେଇ ନ ଥିଲେ ମଧ୍ୟ ବିରୋଧୀ ଦଳ ଏଥିପାଇଁ ଦାୟୀ ବୋଲି କହିଛନ୍ତି।

Share