Categories: ଜାତୀୟ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ଭାଜପା

ନୂଆଦିଲ୍ଲୀ,୨୮।୧୨; ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହାକୁ ଆଖି ଆଗରେ ରଖି ସବୁ ଦଳ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଦଳ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ତା’ର ସ୍ଲୋଗାନ ପ୍ରସ୍ତୁତ କରିଥିଲା। ଏହାପରେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ସ୍ଲୋଗାନ ପ୍ରସ୍ତୁତ କରିଥିବା ଦେଖାଯାଇଛି। ଏଥର ଭାଜପା ଏଏପିକୁ ଲକ୍ଷ୍ୟ କରି କହିଛି, ‘୫ ବର୍ଷରେ ଦିଲ୍ଲୀ ବେହାଲ, ଏବେ ଦରକାର ନାହିଁ କେଜରିଓ୍ବାଲ’। ଭାଜପାର ଏହି ନୂଆ ସ୍ଲୋଗାନ ଭୋଟରଙ୍କୁ ଆକର୍ଷିତ କରିବ ବୋଲି କୁହାଯାଉଛି। କିନ୍ତୁ କେଜରିଓ୍ବାଲ ୫ ବର୍ଷ ଭିତରେ ଦିଲ୍ଲୀ ପାଇଁ ଯାହା କରିଛନ୍ତି ତାହା କେତେଦୂର କାମ ଦେବ ତା’ ମଧ୍ୟ କହିବା ମୁସ୍କିଲ। ସେପଟେ କଂଗ୍ରେସ କହିଛି ଶାସନକୁ ଆସିଲେ ୬ ଶହ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ଦିଲ୍ଲୀବାସୀଙ୍କୁ ରିହାତିରେ ମିଳିବ। ତେଣୁ କେଉଁ ଦଳ ଭୋଟରଙ୍କ ହୃଦୟ ଜିତୁଛି ତାହା ନିର୍ବାଚନ ପରେ ଜଣାପଡିବ ବୋଲି ଆଲୋଚନା ହେଉଛି।

Share