ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଲା ପ୍ରସ୍ତୁତି

ନୂଆଦିଲ୍ଲୀ,୭।୨: ରାତି ପାହିଲେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ସୂଚନା ମିଳିଛି। ଶନିବାର ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ କରାଯିବ। ଏଥିପାଇଁ ଶୁକ୍ରବାର ଇଭିଏମ୍‌, ଭିଭିପାଟ ଓ ସମସ୍ତ ଆବଶ୍ୟକ ସାମଗ୍ରୀ ପୋଲିଂ ପର୍ସନାଲଙ୍କୁ ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭାର ୭୦ଟି ଆସନ ପାଇଁ ଶନିବାର ଭୋଟ ଗ୍ରହଣ କରାଯିବ। ଆସନ୍ତା ୧୧ ତାରିଖରେ ଫଳାଫଳ ଘୋଷଣା କରାଯିବ। ଏଥର ଆମ ଆଦମୀ ପାର୍ଟି(ଏଏପି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ କଡା ଟକ୍କର ହେଉଥିବା ବେଳେ କଂଗ୍ରେସ ମଧ୍ୟ ଭଲ ପ୍ରଦର୍ଶନ ଲକ୍ଷ୍ୟରେ ରହିଛି।

Share