ନୂଆଦିଲ୍ଲୀ, ୩୧।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କୁ ବଦଳି କରାଯାଇଛି। ଏହା ସହିତ ୨ ଜଣ ଅତିରିକ୍ତ କମିଶନର ଏବଂ ୩୨ ଜଣ ଇନସ୍ପେକ୍ଟରଙ୍କ ବଦଳି କରାଯାଇଛି। ନିୟମ ଅନୁସାରେ ଏଭଳି କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି। ସେମାନଙ୍କ ସ୍ଥାନରେ ନୂତନ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯିବ।