Categories: ଜାତୀୟ

ଦିଲ୍ଲୀ ବିଧାନସଭା ନିର୍ବାଚନ: ୭୦ରୁ ୨୦ରେ ପ୍ରାର୍ଥୀ ଦେଇପାରେ କଂଗ୍ରେସ

ନୂଆଦିଲ୍ଲୀ,୧୧।୧: ପାଖେଇ ଆସିଲାଣି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହାକୁ ନେଇ ଏବେ ସବୁ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଯୋଗାଡରେ ଲାଗି ପଡିଛନ୍ତି। ଦିଲ୍ଲୀ ବିଧାନସଭାର ୭୦ଆସନ ମଧ୍ୟରୁ କଂଗ୍ରେସ ୨୦ରେ ପ୍ରାର୍ଥୀ ଦେବ ବୋଲି କୁହାଯାଉଛି। କଂଗ୍ରେସ ଗୋଟିଏ ପଟେ ଶାସକ ଆମ୍‌ ଆଦମୀ ପାର୍ଟି(ଏଏପି)କୁ କ୍ଷମତାଚ୍ୟୁତ କରିବାକୁ ଚାହୁଁଥିବା ବେଳେ ସେପଟେ ଭାରତୀୟ ଜନତା ପାର୍ଟି(ଭାଜପା) ସହ କଡା ଟକ୍କର ଦେବ ବୋଲି ଆଲୋଚନା ହେଉଛି। ଶନବାର ରାତି ସୁଦ୍ଧା କଂଗ୍ରେସ ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବୋଲି ଅନୁମାନ କରାଯାଉଛି।

Share