Categories: ଜାତୀୟ

ଦିଲ୍ଲୀ ବିଧାନସଭା ନିର୍ବାଚନ: ଏଲ୍‌ଜେପି ଜାରି କଲା ୧୫ ଆଶାୟୀ ପ୍ରାର୍ଥୀଙ୍କ ତାଲିକା

ନୂଆଦିଲ୍ଲୀ,୧୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍‌ ବାଜି ସାରିଛି। ଏଥିପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ମଙ୍ଗଳବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ବାଚନ ମଇଦାନକୁ ନିଜ ନିଜ ଆଶାୟୀ ପ୍ରାର୍ଥୀଙ୍କୁ ଓହ୍ଲାଇବା ପାଇଁ ବିଭିନ୍ନ ଦଳ କସରତ କରୁଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ମଙ୍ଗଳବାର ୧୫ ଆଶାୟୀ ପ୍ରାର୍ଥୀଙ୍କ ପ୍ରଥମ ନାମ ତାଲିକା ଘୋଷଣା କରିଛି। ବଜିରପୁର ଆସନରୁ ଶଙ୍କର ମିଶ୍ରାଙ୍କୁ ଟିକେଟ ମିଳିଥିବା ବେଳେ ସଙ୍ଗମ ବିହାରରୁ ଅରବିନ୍ଦ କୁମାର ଝା ଓ ନଜଫଗଡରୁ ରାଜକୁମାର ଲାମ୍ବାଙ୍କ ନାମ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବୃୟାରୀ ୮ରେ ହେବାକୁ ଥିବା ବେଳେ ୧୧ରେ ଫଳାଫଳ ଘୋଷଣା କରାଯିବ।

Share