Categories: ଜାତୀୟ

ଦିଲ୍ଲୀ ବିଧାନସଭା ନିର୍ବାଚନ: ଜନସଭାରେ ମିଳୁଛି ୫ ଟଙ୍କାରେ ଚା’!

ନୂଆଦିଲ୍ଲୀ,୧୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସବୁ ରାଜନୈତିକ ଦଳ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଲାଗି ପଡିଛନ୍ତି। ଇତିମଧ୍ୟରେ ଜନସଭାରେ ଦିଆଯାଉଥିବା ଖାଦ୍ୟ ପାନୀୟର ଦାମ୍‌ ମଧ୍ୟ ସ୍ଥିର ହୋଇ ସାରିଥିବା ଶୂଣିବାକୁ ମିଳିଛି। ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଏହି ଦାମ୍‌ ସ୍ଥିର କରାଯାଇଥିବା କୁହାଯାଉଛିି। ଏବେ ଜନସଭା, ପବ୍ଲିକ୍‌ ମିଟିଂରେ ପରସା ଯାଉଥିବା ଖାଦ୍ୟର ଖର୍ଚ୍ଚ ଦଳର ପ୍ରାର୍ଥୀଙ୍କ ଖର୍ଚ୍ଚ ସହ ଯୋଡି ଦିଆଯିବ। ଏଥିପାଇଁ ଏବେ ଭେଜ୍‌ ବ୍ରେକ୍‌ ଫାଷ୍ଟର ଦାମ୍‌ ୩୯ ଓ ନନ୍‌ ଭେଜ୍‌ ବ୍ରେକ୍‌ ଫାଷ୍ଟର ଦାମ୍‌ ୫୦ ଟଙ୍କା ରଖାଯାଇଥିବା କୁହାଯାଉଛି। ସେମିତି ଚା’ ୫ଟଙ୍କା ଓ କଫି ୧୦ ଟଙ୍କା ରଖାଯାଇଛି। ମିକ୍ସ ପକୁଡିର ଦାମ୍‌ ପ୍ଲେଟ ପିଛା ୨୦ ଟଙ୍କା ଓ ୨ଟି ସିଙ୍ଗଡାର ଦାମ୍‌ ମଧ୍ୟ ୧୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ଜଣାପଡିଛି। ଖାଦ୍ୟ ପାନୀୟ ବ୍ୟତୀତ ଗାଡି, ଡ୍ରାଇଭର, ସାଉଣ୍ଡ ସିଷ୍ଟମ, କାର୍‌ପେଟ, ଫଟୋଗ୍ରାଫର, ଭିଜିଟିଂ କାର୍ଡ, ଟୋପି, ଟି-ସାର୍ଟ ଆଦିର ଦାମ୍‌ ମଧ୍ୟ ସ୍ଥିର କରାଯାଇଥିବା ସୂଚନା ମିଳିଛି।

Share